ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଆଣିଥିବା ନାରୀଶକ୍ତି ବନ୍ଦନ ଅଧିନିୟମକୁ ଅବରୋଧ କରି ବିରୋଧୀ ରାଜନୈତିକ ଦଳ ସାରା ଦେଶର ନାରୀଙ୍କୁ ଅପମାନିତ କରିଛନ୍ତି। ଏହା ବିରୋଧରେ ଆଜି ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ମହିଳା ଆକ୍ରୋଶ ଯାତ୍ରା ଅନୁଷ୍ଠିତ ହେବ। ଏହା ପରେ ରାଜ୍ୟର ପ୍ରତ୍ୟେକ ଜିଲାରେ ପ୍ରତିବାଦ ସଭା ହେବ। ପ୍ରତ୍ୟେକ ବର୍ଗର ହଜାର ହଜାର ମହିଳା ଏହି ଯାତ୍ରାରେ ସାମିଲ ହେବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ବର୍ଯ୍ୟା ବିଶ୍ୱାଳ ସୂଚନା ଦେଇଛନ୍ତି। ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ବିଶ୍ବାଳ କହିଲେ, ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ସଂସଦରେ ଏହି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା ସେମାନଙ୍କ ଏହି ଷଡ଼ଯନ୍ତ୍ର ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସମେତ ପ୍ରମୁଖ ସହରଗୁଡ଼ିକରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଆଭିମୁଖ୍ୟକୁ ପଦାକୁ ଅଣାଯିବ। ଚଳିତ ମାସ ୨୪ ଓ ୨୫ରେ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଏବଂ ୨୭ ରୁ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଣ୍ଡଳରେ ମହିଳା ଆକ୍ରୋଶ ପଦଯାତ୍ରା ହେବ।






More Stories
୨୫ ଯାଏଁ ତାତି…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ…..
୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ……