ରିପୋର୍ଟ କାର୍ଡ / କଟକ
କଟକ ଷଷ୍ଠ ବାଟାଲିୟନ ପରିସରରେ ପୋଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । କିଛି ଅସାମାଜିକ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି। ଏଥିରେ ୩ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଥିଲା । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଭିତରେ ଥିବା ପୋଖରୀ କୂଳରେ ଦୁଇ ଜଣ ଯୁବକ ଓ ଯୁବତୀ ବସିଥିଲେ । ବାଟାଲିୟନର ଜଣେ ହାବିଲଦାର ସେମାନଙ୍କ ପରିଚୟ ପଚାରିବାରୁ ଉକ୍ତ ଯୁବକ ଓ ଯୁବତୀ ପାଟିତୁଣ୍ଡ କରିଥିଲେ । ସ୍ଥିତିକୁ ଦେଖି ପିସିଆର୍ ଭ୍ୟାନ୍ ପହଞ୍ଚିଥିଲା । ଯୁବକ ଜଣକ ଫୋନ କରି ନିଜର କିଛି ସାଙ୍ଗମାନଙ୍କୁ ଡକାଇଥିଲେ । କିଛି ଅସାମାଜିକ ଯୁବକ ସେଠାରେ ପହଞ୍ଚି ପୋଲିସ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଚାଉଳିଆଗଞ୍ଜ ଥାନା ପୋଲିସ ମାମଲାରେ ୫ ଜଣ ଆକ୍ରମଣକାରୀ ଯୁବକଙ୍କୁ ଥାନାରେ ଅଟକ ରଖିଛି ।






More Stories
ପ୍ରକାଶ ପାଇଲା ICSE, ISE ରେଜଲ୍ଟ…..
ମୁହଁମୁହଁ ଖୋଲିଲେ ନବୀନ…..
୫ ଯାଏଁ କାଳବୈଶାଖୀ…..