ରିପୋର୍ଟ କାର୍ଡ / ଭୁବନେଶ୍ଵର
ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଶ୍ରମ ଦିବସରେ ଶ୍ରମିକଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୫୨୨ ଏବଂ କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କା ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରାଯାଇଛି। ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି। ଏହା ଦ୍ୱାରା ଅଣକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକ ଉପକୃତ ହେବ।






More Stories
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..
ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା…..