Report Card Odisha

| Daily Odia News

ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ଶନିବାର ପଶ୍ଚିମବଙ୍ଗର ଦୁଇଟି ନିର୍ବାଚନମଣ୍ଡଳୀର ୧୫ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୋଟଦାନ ସମୟରେ ଅନିୟମିତତା ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିରେ ମଗ୍ରହାଟ ପଶ୍ଚିମ ନିର୍ବାଚନମଣ୍ଡଳୀର ୧୧ଟି ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀର ୪ଟି ବୁଥ ଅନ୍ତର୍ଭୁକ୍ତ। ଯେଉଁଠାରେ ପୁନଃ ମତଦାନ କରାଯିବ। ବର୍ତ୍ତମାନ ଫଲଟା ନିର୍ବାଚନମଣ୍ଡଳୀର ସେହି ବୁଥଗୁଡ଼ିକ ଉପରେ ବିଚାର କରାଯାଉଛି, ଯେଉଁଠାରେ ଇଭିଏମ୍ ଟାମ୍ପରିଂ କରାଯାଇଥିଲା। କାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ରିପୋଲିଂ ହେବା ନେଇ ସୂଚନା ରହିଛି। ସୂଚନା ମୁତାବକ ଚଳିତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୩ ଏବଂ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଭୋଟ୍ ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା। କିଛି ଏକଜିଟ୍ ପୋଲରେ ବିଜେପି ବହୁମତ ପାଇବାର ପୂର୍ବାନୁମାନ ମଧ୍ୟ କରାଯାଇଥିଲା। ରାଜ୍ୟରେ ଗଣନା କେନ୍ଦ୍ର ସଂଖ୍ୟା ୭୭ କୁ ହ୍ରାସ ପାଇଛି। ୨୦୧୬ ବିଧାନସଭା ନିର୍ବାଚନରେ, ୯୦ ଟି କେନ୍ଦ୍ରରେ ଗଣନା ହୋଇଥିଲା। ୨୦୨୧ ବିଧାନସଭା ନିର୍ବାଚନ ପାଇଁ, ଗଣନା କେନ୍ଦ୍ର ସଂଖ୍ୟା ୧୦୮ କୁ ବୃଦ୍ଧି କରାଯାଇଥିଲା। ୧୭ ଏପ୍ରିଲରେ କମିଶନ ଏହି ସଂଖ୍ୟାକୁ ୮୭ କୁ ହ୍ରାସ କରିଥିଲେ। ଏବଂ ବର୍ତ୍ତମାନ ଏହାକୁ ଆହୁରି ହ୍ରାସ କରି ୭୭ କରାଯାଇଛି।

Breaking News