ରିପୋର୍ଟ କାର୍ଡ / କଟକ
ପ୍ରକାଶ ପାଇବ ଆଜି ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ଏବଂ ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ । ଚଳିତ ବର୍ଷ ଠାରୁ ପ୍ରଥମ ଥର ପାଇଁ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପାଇବେ ପରୀକ୍ଷାର୍ଥୀ ।






More Stories
ରାଜ୍ୟରେ ୭ ଯାଏଁ କାଳବୈଶାଖୀ…..
ଶ୍ରମିକଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ…..
ନୂଆ ରୂପରେ ଆସିବ ମେଟ୍ରୋ…..