Report Card Odisha

| Daily Odia News

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ:ପାସ୍‌ ହାର ୯୫.୩୩%….

ରିପୋର୍ଟ କାର୍ଡ / କଟକ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ପରୀକ୍ଷାରେ ପାସ୍ ହୋଇଛନ୍ତି। ଜିଲ୍ଲା ଭିତ୍ତିରେ ଦେଖିବାକୁ ଗଲେ ​ଗଜପତି ଜିଲ୍ଲାରେ ଚଳିତ ବର୍ଷ ୯୯% ପାସ୍ ହାର ସହ ଗଜପତି ଜିଲ୍ଲା ରାଜ୍ୟରେ ସର୍ବାଧିକ ସଫଳତା ହାସଲ କରିଛି। କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ଅର୍ଥାତ୍ ୯୪.୩୫% ରହିଛି। ​ ଏ (୧)ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ(୨)ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବି(୧)ରେ ୪୩,୫୬୫ ପରୀକ୍ଷାର୍ଥୀ , ବି(୨)ରେ ୮୬,୧୦୩ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ସି ରେ ୧,୨୯,୮୦୩ , ଡି ରେ ୧,୪୬,୧୫୨ ଏବଂ ଇ ରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେପଟେ ୩୩୧୦ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR 10 ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ରେଜଲ୍ଟ ପାଇପାରିବେ ।

Breaking News