Report Card Odisha

| Daily Odia News

ରାଜପଥରେ ଯୁବକଙ୍କୁ ହାଣିଦେଲେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରବିବାର ରାତି ପ୍ରାୟ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଇନଫୋଭ୍ୟାଲି ଥାନା ଗୋହିରା ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ମୋଟରସାଇକଲ ଯୋଗେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତ ମାନେ ଖଣ୍ଡାରେ ତାଙ୍କ ମୁଣ୍ଡ ଓ ବେକକୁ ହାଣି ପକାଇଛନ୍ତି। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଆହତ ଯୁବକ ଜଣକ ହେଲେ ଭୁବନେଶ୍ୱର ଆଇଆରସି ଭିଲେଜରେ ରହୁଥିବା ରଞ୍ଜନ ସ୍ବାଇଁ।ସେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଭାଇ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ ୧୧ ଟା ବେଳେ ରଞ୍ଜନ ତାଙ୍କ ମୋଟରସାଇକଲ ଯୋଗେ ଖୋର୍ଦ୍ଧା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ।ରଞ୍ଜନ ଯାଉଥିବା ସମୟରେ ୨/୩ ଜଣ ଦୁର୍ବୃତ୍ତ ଏକ ମୋଟରସାଇକଲ ଯୋଗେ ତାଙ୍କୁ ପିଛା କରିଥିଲେ।ଗୋହିରା ଛକ ନିକଟରେ ଦୁର୍ବୃତ୍ତ ମାନେ ଖଣ୍ଡା ଦ୍ବାରା ରଞ୍ଜନଙ୍କୁ ଆକ୍ରମଣ କରିଥିଲେ।ରଞ୍ଜନଙ୍କୁ ଦୁର୍ବୃତ୍ତ ମାନେ ଦୁଇରୁ ତିନି ଚୋଟ ମାରିଥିବା ଜଣାପଡିଛି। ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ଦୁର୍ବୃତ୍ତ ମାନେ ତାଙ୍କୁ ଚୋଟ ମାରିବା ପରେ ରଞ୍ଜନ ଗାଡିରୁ ଖସିପଡିଥିଲେ।ରଞ୍ଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ରାସ୍ତାରେ ଯାଉଥିବା କିଛି ବାଟୋଇ ଅଟକି ଥିଲେ।ରଞ୍ଜନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ।

Breaking News