ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ସାଂସଦ ରାଘବ ଚଢ଼ା ମଙ୍ଗଳବାର ଦାବି କରିଛନ୍ତି ଯେ ସେ ପଞ୍ଜାବ ସରକାରଙ୍କ ପରବର୍ତ୍ତୀ ନିଶାଣ ହେବେ। ଆପ ଛାଡି ବିଜେପିରେ ମିଶିଥିବା ୭ଜଣ ସାଂସଦଙ୍କ ବିରୁଦ୍ଧରେ ପଞ୍ଜାବ ସରକାର ପ୍ରତିଶୋଧ ରାଜନୀତି କରୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅଭିଯୋଗ ଆଣିଛନ୍ତି ରାଘବ ଚଢ଼ା। ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପଞ୍ଜାବ ସରକାର ଉପରେ ଏଜେନ୍ସି ନିଯୁକ୍ତି ଦେବା ଏବଂ ରାଜ୍ୟ ପାଣ୍ଠି ବ୍ୟବହାର କରି ସମସ୍ତ ଆପ ଛାଡ଼ି ବିଜେପିରେ ମିଶିଥିବା ସାଂସଦଙ୍କୁ ଧମକ ଦେବା ଅଭିଯୋଗ କରିଥିଲେ। ରାଘବ କହିଛନ୍ତ ଯେ, ମୁଁ ଆପକୁ କହିବାକୁ ଚାହୁଁଛି ଯେ ସେମାନେ ଭିଜିଲାନ୍ସ ଏବଂ ପ୍ରଦୂଷଣ ବୋର୍ଡ ସାହାଯ୍ୟରେ ପ୍ରତିଶୋଧର ଏକ ବିପଦପୂର୍ଣ୍ଣ ଖେଳ ଆରମ୍ଭ କରିଛନ୍ତି। କିନ୍ତୁ ଶେଷ ବହୁତ ଖରାପ ହେବ। ସୂତ୍ର ଅନୁସାରେ ମୁଁ ସେମାନଙ୍କର ପରବର୍ତ୍ତୀ ନିଶାଣ ହେବି। ପଞ୍ଜାବ ସରକାର ସୋସିଆଲ ମିଡିଆରେ ଆମକୁ ଧମକାଇବା ପାଇଁ ଏଜେନ୍ସିଗୁଡ଼ିକୁ ନିଯୁକ୍ତି ଦେଇଛନ୍ତି। ଆପ ଏଥିରେ ପଞ୍ଜାବ ସରକାରଙ୍କ ପାଣ୍ଠି ବ୍ୟବହାର କରି କରୁଛି। ଏହି କାରଣରୁ ମୁଁ କହିଥିଲି ଯେ ଆପ ଦୁର୍ନୀତିଗ୍ରସ୍ତ ଏବଂ ଆପୋଷ ଲୋକଙ୍କ ହାତରେ ଫସି ରହିଛି ବୋଲି ସେ କହିଛନ୍ତି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ…..
୧୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ…..