ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦିଆଯାଇଛି। ଯୁବକଙ୍କ ହାତଗୋଡ଼ ବାନ୍ଧି ପୋଲିସ ସାମ୍ନାରେ ଘୋଷାଡ଼ି ଘୋଷାଡ଼ି ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯୁବକ ଜଣଙ୍କୁ ଏକ ବାଉଁଶରେ ବାନ୍ଧି ଟେକି ବିଧା ଗୋଇଠା ମାରି ଜୀବନ ନେଇଯାଇଛନ୍ତି। ମୃତକ ଜଣକ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ ଯୁବତୀ ଯାଉଥିବାବେଳେ ଦୁଇ ଜଣ ଯୁବକ ସେମାନଙ୍କୁ ଅସଦାଚରଣ କରିଥିଲେ। ଏହାଦେଖି କିଛି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବଂ ଅନ୍ୟ ଜଣେ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ତେବେ ପୋଲିସ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..