Report Card Odisha

| Daily Odia News

ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ,ପାକିସ୍ତାନର ଇତିହାସ ଆଉ ଭୂଗୋଳ ବଦଳିଯି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତ ହୋଇଯାଇଛି। ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ବିଶ୍ବକୁ ବଡ଼ ବାର୍ତ୍ତା ଦେଇଥିଲା ଯେ,ଦେଶ ଯେକୌଣସି ପଦକ୍ଷେପ ନେବାକୁ ଭାରତ ପ୍ରସ୍ତୁତ। ପାକିସ୍ତାନର ଏଭଳି କାର୍ଯ୍ୟକଳାପ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ ଦେଇ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଆଉ ଭୂଗୋଳ ବଦଳିଯିବାର ଆଶଙ୍କା ରହିଛି। ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ‌ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ସେନା ସଂଳାପ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେକୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ବୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି। ଯେତେବେଳେ ଜଣେ ସୈନିକ ଏକ ସଫଳ ଅପରେସନ ପରେ ଆଲିଙ୍ଗନ କରନ୍ତି, ସେତେବେଳେ କୌଣସି ପଦ କିମ୍ବା ପଦାନୁକ୍ରମ ନଥାଏୟ। ସେ ଅନ୍ୟକୁ ଜଣେ ସାଥୀ ବୋଲି ବିବେଚନା କରିଥାନ୍ତି। ତାହା ହେଉଛି ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ। ଜଣେ ସୈନିକଙ୍କକ ପାଖରେ ସର୍ବଦା ସମୟ କମ୍ ରହିଥାଏ। ଏହା କେବଳ ତାଙ୍କ ୟୁନିଟ୍ ପାଇଁ ନୁହେଁ, ବରଂ ତାଙ୍କ ପରିବାର ପାଇଁ ମଧ୍ୟ। ଉଚ୍ଚ ଉଚ୍ଚତା ଅଞ୍ଚଳରେ ନିୟୋଜିତ ସୈନିକମାନେ ପ୍ରାୟତଃ ସେମାନଙ୍କର ପରିବାର ସଦସ୍ୟ ବନ୍ଦୁ ପରିଜନଙ୍କ ବିବାହରେ ଯୋଗଦେଇ ପାରନ୍ତି ନାହିଁ। ସେମାନେ ନିଜ ପିଲାଙ୍କ ଜନ୍ମର ସମୟରେ ମଧ୍ୟ ଉପସ୍ଥିତ ହୋଇ ପାରି ନଥାନ୍ତି। ଆମେ ଏହାକୁ ସୁଧାରିବା ପାଇଁ କାମ କରୁଛୁ, କିନ୍ତୁ କେତେକ ସମୟରେ ଏହା ଆମ ନିୟନ୍ତ୍ରଣ ବାହାରେ ରହୁଛି।

Breaking News