ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର ଜୀବନ ଯାଇଥିବାବେଳେ ଅନ୍ୟ ୩ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଖାଦ୍ୟ ବିଷାକ୍ତ ହେତୁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନାନୁଯାୟୀ, କୁପୁଣି ଗାଁର ଅନନ୍ତ ସେନାପତି ଓ ତାଙ୍କ ପରିବାର ଶୁକ୍ରବାର ତରଭୁଜ ଖାଇଥିଲେ। ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା। ପରିବାରର ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ବବୃବାହନ ସେନାପତି ଓ ସ୍ବାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବଡ ଡାକ୍ତରଖାନାରେ ନାବାଳକ ସ୍ବାଧୀନ(୧୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ତେବେ ତରଭୁଜ ନା ଆଉକିଛି କାରଣରୁ ଏଭଳି ଅଭାବନୀୟ ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..