ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦ ମେ’ରେ ମିଳିବନି ଔଷଧ। ରାଜ୍ୟରେ ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ମେ’ ୨୦ ତାରିଖରେ ବନ୍ଦ ଡାକରା ଦେଇଛି ଉତ୍କଳ କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ। ମେ ୨୦ ତାରିଖରେ ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରଖିବା ନେଇ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନଲାଇନରେ ଔଷଧ ବିକ୍ରି ସମେତ ତିନି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଅନଲାଇନରେ ବିକ୍ରିରେ ରିହାତି ମିଳୁଛି ହେଲେ ଔଷଧର ଗୁଣବତ୍ତାକୁ ଅଣଦେଖା କରାଯାଉଛି ବୋଲି ଉତ୍କଳ କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ ଅଭିଯୋଗ କରିଛି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..