ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ବୁଧବାର ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍ କୋର୍ସ ଫଳ ପ୍ରକାଶ ପାଇବ। ଆସନ୍ତା ୨୦ ତାରିଖ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ପରୀକ୍ଷା ଫଳ ପ୍ରକାଶ ପରେ ଅପରାହ୍ଣ ୩ଟାରେ results.odisha.gov.in ଓ results.digilocker.gov.in ଲଗଇନ୍ କରି ପରୀକ୍ଷାର୍ଥୀ ସେମାନଙ୍କର ଫଳ ଜାଣିପାରିବେ।






More Stories
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..