Report Card Odisha

| Daily Odia News

ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ନୀତି ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦେଶ ଖୁବଶୀଘ୍ର ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ଢାଞ୍ଚା କିଛି ବଛା ବଛା ଶିଳ୍ପପତିଙ୍କୁ ଲାଭ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏହାର ପ୍ରଭାବ ସାଧାରଣ ଜନତାଙ୍କୁ ପଡ଼ିବ ବୋଲିଦ ରାହୁଲ କହିଛନ୍ତି। ରାୟବରେଲି ଗସ୍ତ ସମୟରେ ରାହୁଲ ଗାନ୍ଧୀ କହଛନ୍ତି, ବର୍ତ୍ତମାନର ଅର୍ଥନୈତିକ ଢାଞ୍ଚା ସ୍ଥାୟୀ ନୁହେଁ ଏବଂ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ। ଏହି ବ୍ୟବସ୍ଥା ବିଶେଷ ଭାବରେ ଶିଳ୍ପପତି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କୁ ଲାଭ ଦେବା ପାଇଁ ଡିଜାଇନ କରାଯାଇଛି। ଆଗାମୀ ଆର୍ଥିକ ଝଟକା ଆଦାନୀ, ଅମ୍ବାନୀ କିମ୍ବା ମୋଦି ଜୀଙ୍କୁ ପ୍ରଭାବିତ କରିବ ନାହିଁ। ଏହାର ସବୁଠାରୁ ଗମ୍ଭୀର ପ୍ରଭାବ ଉତ୍ତର ପ୍ରଦେଶର ଯୁବପିଢ଼ି, ଚାଷୀ, ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ପଡ଼ିବ।ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ରାହୁଲ ଗାନ୍ଧୀ ଦର୍ଶାଇଛନ୍ତି ଯେ, ସରକାର ନାଗରିକମାନଙ୍କୁ ବିଦେଶ ଯାତ୍ରା କମ କରିବାକୁ ପରାମର୍ଶ ଦେଉଥିବାବେଳେ, ପ୍ରଧାନମନ୍ତ୍ରୀ ନିଜେ ନିରନ୍ତର ବିଦେଶ ଗସ୍ତ କରୁଛନ୍ତି। ଦେଶର ଆଭ୍ୟନ୍ତରୀଣ ଆର୍ଥିକ ଚ୍ୟାଲେଞ୍ଜକୁ ସମାଧାନ କରିବା ପରିବର୍ତ୍ତେ, ସରକାର ଜନସାଧାରଣଙ୍କୁ ପରାମର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ଏହି ପରିସ୍ଥିତିକୁ ‘ମୋଦି ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ’ ବୋଲି ବର୍ଣ୍ଣନା କରିଥିଲେ। ସରକାର ଏହାର ନୀତିଗତ ବିଫଳତାର ବୋଝ ସାଧାରଣ ଲୋକଙ୍କ ଉପରେ ଲଦି ଦେଉଛନ୍ତି ଏବଂ ଏକକାଳୀନ ବଡ଼ କର୍ପୋରେଟ ଗୋଷ୍ଠୀଗୁଡ଼ିକୁ ଆଶ୍ୱସ୍ତି ଦେଉଛନ୍ତି ବୋଲି ଖାର୍ଗେ କହିଥିଲେ।

Breaking News