ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇପିଏସ୍ ଏବଂ ଓପିଏସସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ୧୧ ଜିଲାରେ ନୂଆ ଏସ୍ପିଙ୍କୁ ନିଯୁକ୍ତ କରାଯାଇଛି। ନବରଙ୍ଗପୁର ଏସ୍ପି ମଡକର ସନ୍ଦୀପ ସମ୍ପତଙ୍କୁ ସିଆଇଡି-କ୍ରାଇମ୍ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି। ସିଆଇଡି-କ୍ରାଇମ୍ବ୍ରାଞ୍ଚ ଡିଆଇଜି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ ନୟାଗଡ଼ ଏସ୍ପି ଭାବେ ନିଯୁକ୍ତ କରାଯାଇଛି। ଖୋରଧା ଏସ୍ପି ବିବେକାନନ୍ଦ ଶର୍ମାଙ୍କୁ ସିଆଇଡି-କ୍ରାଇମ୍ ବ୍ରାଞ୍ଚ ଏସ୍ପି, ରାୟଗଡ଼ ଏସ୍ପି ସ୍ବାତୀ ଏସ୍ କୁମାରଙ୍କୁ ଏସ୍ଟିଏଫ୍, ଭୁବନେଶ୍ବର ଏସ୍ପି, ବରଗଡ଼ ଏସ୍ପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସ୍ପି ଭାବେ ବଦଳି କରାଯାଇଛି। ସେହିପରି ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀଙ୍କୁ ଭିଜିଲାନ୍ସ ଏସ୍ପି, ସ୍ପେଶାଲ ବ୍ରାଞ୍ଚ ଏସ୍ପି ରାଜ ପ୍ରସାଦଙ୍କୁ ରାୟଗଡ଼ା ଏସ୍ପି, ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋରଧା ଏସ୍ପି ଭାବେ ନିଯୁକ୍ତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଏସ୍ପି ରାହୁଲ ଗୋୟଲ ସ୍ପେଶାଲ ବ୍ରାଞ୍ଚ ଏସ୍ପି, କନ୍ଧମାଳ ଏସ୍ପି ହରିଶା ବିସିଙ୍କୁ ଗଞ୍ଜାମ ଏସ୍ପି, ଭଦ୍ରକ ଅତିରିକ୍ତ ଏସ୍ପି କାଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସ୍ପି, ରାଜ୍ୟପାଳଙ୍କ ଏଡିସି କୁଲଦୀପ ମୀନାଙ୍କୁ ବୌଦ୍ଧ ଏସ୍ପି, ରାୟଗଡ଼ ଅତିରିକ୍ତ ଏସ୍ପି ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସ୍ପି, କଟକ ୟୁପିଡି ଏସିପି ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ଏଡିସି, ସିଆଇଡି-ସିବି ଏସ୍ପି ଶ୍ରୀକଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ସିଗ୍ନାଲ ଏସ୍ପି, ଏସ୍ଟିଏଫ୍ ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବରଗଡ଼ ଏସ୍ପି, ସ୍ପେଶାଲ ବ୍ରାଞ୍ଚ ଏସ୍ପି କୃଷ୍ଣ ପ୍ରସାଦ ଦାସଙ୍କୁ ଏସ୍ଆର୍ପି ରାଉରକେଲା ଏସ୍ପି ଏବଂ ଭୁବନେଶ୍ବର-କଟକ ୟୁପିଡି ଡିସିପି କିଶୋର ଚନ୍ଦ୍ର ମୁଣ୍ଡ୍ଙ୍କୁ ଦେବଗଡ଼ ଏସ୍ପି ଭାବେ ବଦଳି କରାଯାଇଛି।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..