Report Card Odisha

| Daily Odia News

ସିଧା ଏନକାଉଣ୍ଟର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ୁଥିବା ସଙ୍ଗଠିତ ଅପରାଧୀ, ହତ୍ୟାକାରୀ ତଥା ପୋଲିସ ଉପରେ ଆକ୍ରମଣ କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ବିରୋଧରେ ଓଡ଼ିଶା ପୋଲିସ ଏବେ ଆକ୍ସନ ମୋଡ଼ରେ। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଜନତାଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ‘ଜିରୋ ଟଲେରାନ୍ସ’ (Zero Tolerance) ନୀତି ଆପଣାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆଙ୍କ କଡ଼ା ନିର୍ଦ୍ଦେଶକ୍ରମେ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଦୃଢ଼ ଓ କଠୋର ପଦକ୍ଷେପ ଗ୍ରହଣ କରୁଛି। ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଆଇନକୁ ହାତକୁ ନେଇ ସମାଜରେ ହିଂସା ସୃଷ୍ଟି କରୁଥିବା, ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ଏବଂ ବିଶେଷ କରି କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ କରୁଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବ ନାହିଁ। ସେମାନଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ତଥା ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଜାରି ରହିବ, ଯାହାଫଳରେ ସାଧାରଣ ଲୋକଙ୍କ ମନରେ ଥିବା ଭୟ ଦୂର ହୋଇପାରିବ। ଏହି କ୍ରମରେ ଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ପୋଲିସ ଏନକାଉଣ୍ଟର ଓ ଗିରଫଦାରୀ ଅପରାଧୀଙ୍କ ମନରେ ଛନକା ପୂରାଇଛି।

Breaking News