ରିପୋର୍ଟ କାର୍ଡ / ଵ୍ରହ୍ମପୁର
ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି । ହେଲେ ବି ସୁଧୁରୁନାହାନ୍ତି ଅପରାଧୀ । ସୋମବାର ରାତ୍ର ପ୍ରାୟ ୧୨ ଟା’ରେ ପୋଲିସ ଦୁଇଜଣ ଅପରାଧୀଙ୍କୁ ଗୁଳି ଫୁଟାଇ ଜଖମୀ କରିଛି । ସେମାନେ ହେଲେ ବଡଗଡ ଥାନା ଅନ୍ତର୍ଗତ ଢଉଗାଁ”ର ରଞ୍ଜନ ମଲ୍ଲିକ(୨୭) ଓ ହିଂଜିଳିକାଟୁ ଥାନା ଅନ୍ତର୍ଗତ ସିକିରୀ ପାଢ଼ୀ ସାହିର ସରୋଜ ପଣ୍ଡା(୩୫)ଙ୍କୁ ପୁଲିସ ଏନକାଉଣ୍ଟର କରିଛି ।ଆହତ ଅଭିଯୁକ୍ତ ଦ୍ୱୟଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ବଳାତ୍କାର ମାମଲାରେ ଫେରାର ଅଭିଯୁକ୍ତ । ବଡ଼ଗଡ଼ ଥାନା ଅନ୍ତର୍ଗତ ନଉଗାଁର ରଞ୍ଜନ ମଲ୍ଲିକ(୨୭) ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରି ପାଢ଼ୀ ସାହିର ସରୋଜ ପଣ୍ଡା(୩୫)ଙ୍କୁ ପୁଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସର ସ୍ୱତନ୍ତ୍ର ଟିମ ରାଜସ୍ଥାନରୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ଆସୁଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ପୋଲିସ ଦୁଇଜଣଙ୍କୁ ଏନକାଉଣ୍ଟର କରିଥିଲା। ସେମାନେ ସଦର ଥାନା ଅଙ୍କୁଶପୁର ଅଂଚଳରୁ ପୋଲିସ କବ୍ଜାରୁ ଚମ୍ପଟ ମାରିଥିଲେ। ପୋଲିସ ଟିମ ତାଙ୍କର ପିଛା କରି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲା। ଗତ ୧୦ ଦିନ ଭିତରେ ପୋଲିସ ୫ ଜଣଙ୍କୁ ଏନକାଉଣ୍ଟର କରିଛି ।






More Stories
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
୨୭ରୁ ପୁଣି ବଡ଼ ବର୍ଷା…..
ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ……