ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚନ୍ଦ୍ରଶେଖରପୁର ଦୁର୍ଘଟଣାରେ ଶନିବାର ଏକ ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଆଣିଲେ ଅଭିଯୋଗ। ଥାର୍ ଚଢାଇ ବାଇକ୍ ଆରୋହୀ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲସି ଦୋକାନରେ ଗଣ୍ଡଗୋଳ ପରେ ପଛରୁ ଥାର୍ ଚଢାଇ ହତ୍ୟା କରାଯାଇଛି। ମୃତ ଯୁବକ ଖୋର୍ଦ୍ଧା କାଇପଦର ଅଞ୍ଚଳର ସୂଚନା। ପରିବାର ଅଭିଯୋଗ ପରେ ଘଟଣାର ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ପରେ ଘ ଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଥାର୍ ଜବତ ସହ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ଥାନାରେ ଏନେଇ ହତ୍ୟା ମାମଲା ରୁଜୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି।






More Stories
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ :ଦଳା ଚକଟା ନୁହେଁ ଅଣନିଶ୍ବାସୀ ହେବାରୁ….