Report Card Odisha

| Daily Odia News

ରାଜ୍ୟରେ ଆଜିଠୁ ଏସ୍‌ଆଇଆର୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆସନ୍ତାକାଲି ଶନିବାରଠାରୁ ଆରମ୍ଭ ହୋଇଛି । ଜୁନ ୨୮ ପର୍ଯ୍ୟନ୍ତ ବୁଥ୍‌ ସ୍ତରୀୟ ଅଧିକାରୀ(ବିଏଲ୍ଓ) ଭୋଟରଙ୍କ ଘରକୁ ଯାଇ ଦୁଇଟି ପରିଗଣନା ଫର୍ମ ବଣ୍ଟନ କରିବେ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏନେଇ ସିଇଓ ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି।ଶୁକ୍ରବାର ସିଇଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଥିଲେ; ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁଯାୟୀ ଓଡ଼ିଶାରେ ଭୋଟର ତାଲିକାର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ସମୟସୂଚୀ ଘୋଷଣା ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ; ଜୁଲାଇ ୧କୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ବିଏଲ୍ଓ ପ୍ରତି ଘରକୁ ଯାଇ ପ୍ରତ୍ୟେକ ଭୋଟର ପାଇଁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ ନ ପଡ଼ନ୍ତି ଓ ଅଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି, ସେଥିପ୍ରତି ବିଏଲଓଙ୍କୁ ସଜାଗ ରହିବାକୁ ସିିଇଓ ଶ୍ରୀ ଗୋପାଳନ ନିର୍ଦେଶ ଦେଇଛନ୍ତି।

Breaking News