ରିପୋର୍ଟ କାର୍ଡ / କଟକ
ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି । ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ସେ କହିଛନ୍ତି ଯେ ଏବେ ପାଠ ପଢ଼ା ଜାରି ରହିବ। ଅଫ୍ଲାଇନ୍ରେ ନ ହେଲେ ବି ଅନ୍ଲାଇନ୍ରେ ହେବ। ୨ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବାକୁ ପ୍ରସ୍ତାବ ଦିଆଯାଇଛି। କୁଳପତିଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।






More Stories
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..
ଜଳିଗଲା ‘ଆମ ବସ୍’…..
ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ…..