ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା। ପୁରୀରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ରାଷ୍ଟ୍ର ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି କହିଛନ୍ତି। ପୁରୀରେ ଆରମ୍ଭ ହୋଇଛି ବ୍ରିକ୍ସ ରାଷ୍ଟ୍ର ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବା ସହ ଏଥିରେ ଉଦବୋଧନ ଦେଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁରୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି। ମୁଖ୍ୟମନ୍ତ୍ରୀ ୧୯୯୯ ମହାବାତ୍ୟା କଥା ମନେ ପକାଇ କହିଛନ୍ତି ଯେ, ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଢ ମୁକାବିଲା କରିଛି ଓଡିଶା। ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡିଶା ସାରା ବିଶ୍ୱରେ ପ୍ରଶଂସିତ। ଏହି ବୈଠକରୁ ଉପଯୋଗୀ ନିସ୍କର୍ସ ଆଗାମୀ ଦିନରେ କାମରେ ଲାଗିବ। ବିପର୍ଯ୍ୟୟ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବ୍ରିକ୍ସ ରାଷ୍ଟ୍ର ପାଇଁ ଉପଯୋଗୀ ହେବ। ବ୍ରିକ୍ସ ସମ୍ମିଳନୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜିରୋ କାଜୁଆଲିଟିକୁ ବଜାୟ ରଖିବାକୁ ସରକାର ପ୍ରୟାସ ଜାରି ରଖିବେ। ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମ୍ମିଳନୀର ଆଜି ୨ୟ ଦିନ। ଏହା ହେଉଛି ବ୍ରିକ୍ସ ‘ଡିଜାଷ୍ଟର ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ୨ୟ ବୈଷୟିକ ସମ୍ମିଳନୀ। ଏଥିରେ ୧୧ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି ଏବଂ ଓସଡମା ମଧ୍ୟ ତା’ର ରିପୋର୍ଟ ପ୍ରଦାନ କରିବେ। ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ କିଭଳି କାମ ସହ ଜିରୋ କାଜୁଆଲିଟି ଉପରେ ଆହୁରି ଅଧିକ ଗୁରୁତ୍ୱ ଦିଆଯିବ, ସେନେଇ ରିପୋର୍ଟ ପ୍ରଦାନ କରାଯିବ।






More Stories
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..
ଓଡ଼ିଶାକୁ ଜାରି ହେଲା ଆଲର୍ଟ…..
ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ…..