ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ପଣ୍ଡରପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଏକ କୂଅ ମଧ୍ୟକୁ ଖସିପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଣ୍ଡରପୁର ଅଭିମୁଖେ ଯାଉଥିଲେ। ତେବେ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତା କଡ଼ରେ ଥିବା ଏକ ଗଭୀର କୂଅକୁ ଖସି ପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ କୂଅ ଭିତରୁ ମୃତଦେହ ଏବଂ ଆହତଙ୍କୁ ଉଦ୍ଧାର କରିଥିଲେ। ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବାବେଳେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।






More Stories
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..