ରିପୋର୍ଟ କାର୍ଡ / ମୟୂରଭଞ୍ଜ
ପାହାଡପୁରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଶାଶୁଘର ଗାଁରେ ଅଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି। ଆଦିବାସୀ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ପାହାଡପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି ପୂଜାର୍ଚ୍ଚନା କଲେ, ଗଛ ଲଗାଇଲେ ପ୍ରଧାନମନ୍ତ୍ରୀ। ସମୃଦ୍ଧ ଆଦିବାସୀ ପରମ୍ପରା ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଲେ ରାଷ୍ଟ୍ରପତି। ଏହାସହ ଏସଏଲଏସ ସ୍କୁଲ୍ ଯାଇ ପିଲାଙ୍କ ସହ ଭାବର ଆଦାନପ୍ରଦାନ କଲେ। ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଦକ୍ଷତା ବିକାଶ କେନ୍ଦ୍ର (ସ୍କିଲ୍ ସେଣ୍ଟରରେ) ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତୃବୃନ୍ଦ ମଧ୍ୟ ସାମିଲ ଅଛନ୍ତି।






More Stories
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…..
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା…..
‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ……