ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ମଙ୍ଗଳବାର ଦିନ କିମ୍ବଦନ୍ତୀ ଭାରତୀୟ ଟେନିସ୍ ଖେଳାଳି ବିଜୟ ଅମ୍ରିତରାଜଙ୍କୁ ପଦ୍ମ ଭୂଷଣ ପ୍ରଦାନq କରିଛନ୍ତି। ଏହାସହ ପୂର୍ବତନ ମହିଳା ହକି ଦଳର ଅଧିନାୟିକା ସବିତା ପୁନିଆଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ବିଜୟ ଏହି ବର୍ଷ ପଦ୍ମ ଭୂଷଣ ପାଇଥିବା ଏକମାତ୍ର ଖେଳାଳି। ପଦ୍ମ ଭୂଷଣ ହେଉଛି ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ। ଅମ୍ରିତରାଜଙ୍କୁ ପୂର୍ବରୁ ୧୯୮୩ ମସିହାରେ ପଦ୍ମଶ୍ରୀ ଏବଂ ୧୯୭୪ ମସିହାରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ଭାରତୀୟ କ୍ରୀଡା ପ୍ରତି ତାଙ୍କର ଦୀର୍ଘକାଳୀନ ଅବଦାନକୁ ସ୍ୱୀକୃତି ଦେଇଥିଲା।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..