ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲାର କ୍ୟାଣ୍ଟେନମେଣ୍ଟ ଥାନା ଅଞ୍ଚଳରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।ଅଭିଯୁକ୍ତ ଜଣକ ବକ୍ସିବଜାରସ୍ଥିତ ଏକ ବିଦ୍ୟାଳୟରେ ଉର୍ଦ୍ଦୁ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ଉର୍ଦ୍ଦୁ ଶିକ୍ଷା ଦେବା ଆଳରେ ୨୦୨୪ ମସିହା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ। ଏନେଇ କ୍ୟାଣ୍ଟନମେଣ୍ଟ ଥାନାରେ ୨୩.୦୮.୨୦୨୫ ତାରିଖରେ ପୋକ୍ସୋ ଆଇନର ଧାରା-୬ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।ତଦନ୍ତ ପରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। କଟକ ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ-୧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କଠୋର କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ।ଏହା ସହ ପୀଡ଼ିତଙ୍କ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ମଞ୍ଜୁର କରାଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..