Report Card Odisha

| Daily Odia News

ରାଜଧାନୀରେ ଜଳିଗଲା କାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍। ପାଲ ହାଇଟ୍ସ ଛକ ଉପରେ ଜଳିଗଲା କାର୍। ସେଭେନ ସିଟର୍ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଯାତ୍ରୀ ତୁରନ୍ତ କାର୍ ଛାଡି ପଳାଇଥିଲେ। ଏସି କମ୍ପ୍ରେସର ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡ ଫଳରେ ଜୟଦେବ ବିହାରରୁ ଜାଭିୟର ଛକ ଯାଏ ଟ୍ରାଫିକ୍ ଜାମ୍ ହୋଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Breaking News