Report Card Odisha

| Daily Odia News

ଜୀବନ ନେଉଛି ଫ୍ଲୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ବର୍ଷକୁ ପାଖାପାଖି ୧ ଲକ୍ଷ ୨୦ ହଜାର ଲୋକଙ୍କ ଜୀବନ ଫ୍ଲୁ ନେଉଥିବା ଆକଳନରୁ ଜଣାପଡ଼ିଛି। ଫ୍ଲୁ ହେଉଥିବା ବ୍ୟକ୍ତିଙ୍କ ଠାରେ ଜ୍ବର, କମ୍ପ, ଦେହ ବିନ୍ଧା, ଥକ୍କାପଣ, କାଶ, ଗଳା ସଂକ୍ରମଣ, ନାକରୁ ପାଣି ବୋହିବା ଆଦି ଲକ୍ଷଣ ଦେଖା ଦେଇଥାଏ। ଭାରତରେ ପ୍ରତିବର୍ଷ ଫ୍ଲୁରେ ୧ ଲକ୍ଷ ୨୦ ହଜାର ବ୍ୟକ୍ତିଙ୍କ ଜୀବନ ଯାଉଥିବା ବେ​‌େ​‌ଳ ଏହି ସଂଖ୍ୟାର ଦୁଇ-ତୃତୀୟାଂଶ ହେଉଛନ୍ତି ୬୫ ବର୍ଷରୁ ଊର୍ଦ୍ଧ୍ବ। ଇଣ୍ଡିଆନ ଏକାଡେମୀ ଅଫ୍‌ ଜେରିଆଷ୍ଟ୍ରିକ୍‌ସ ରିପୋର୍ଟ ଅନୁଯାୟୀ ଭାରତରେ ଫ୍ଲୁ ବହୁସଂଖ୍ୟକ ବୟସ୍କଙ୍କ ଜୀବନ ନେଉଥିବା ବେ​‌େ​‌ଳ ମୋଟ ବୟସ୍କଙ୍କ ମଧ୍ୟରୁ ୨%ରୁ କମ୍‌ ଇନ୍‌ଫ୍ଲୁଏନ୍‌ଜା ଟିକା ନେଇଛନ୍ତି। ଭାରତରେ ଥିବା ବୟସ୍କଙ୍କ ମଧ୍ୟରୁ ମାତ୍ର ୨.୭୫% ଟିଟାନସ୍‌, ୧.୮୨% ହେପାଟେଟିସ୍‌, ୧.୫୯% ଇନଫ୍ଲୁଏନ୍‌ଜା ଟିକା ନେଇଛନ୍ତି। ବୟସ୍କମାନେ ଟିକା ନେବା ନିହାତି ଆବଶ୍ୟକ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଟିକା ନେଇଥିବା ବୟସ୍କ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇବା ସହ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା କମ୍‌ ଥାଏ ବୋଲି ଡାକ୍ତରମାନେ କହିଛନ୍ତି। ବୟସ୍କମାନେ ନିମୋନିଆରେ ପୀଡ଼ିତ ହେବା ଏକ ସାଧାରଣ କଥା ହୋଇଥିବା ବେଳେ ଦେଶର ମାତ୍ର ୧% ବୟସ୍କ ନିମୋନିଆ ଟିକା ନେଇଥିବା ଜଣାପଡ଼ିଛି। ସୂଚାନଥାଉ କି ନିମୋନିଆରେ ପ୍ରତିବର୍ଷ ସମଗ୍ର ବିଶ୍ବରେ ୬ରୁ ୮ ଲକ୍ଷ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ଭାରତରେ ବୟସ୍କଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ସେମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନ କରାଯିବା ସହ ସେଗୁଡ଼ିକର ମୁକାବିଲା କିପରି କରାଯାଇ ପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଭାରତରେ ବୟସ୍କଙ୍କ ସାମୂହିକ ଟିକାକରଣ ନେଇ କୌଣସି ପ୍ରକାର ମାର୍ଗଦର୍ଶିକା ନ ଥିବାରୁ ଏହି ସମସ୍ୟା ଆଗାମୀ ଦିନରେ ଅଧିକ ଗୁରୁତର ହେବାର ଆଶଙ୍କା ରହିଛି। ଟିକାକରଣ ନେଇ ବୟସ୍କଙ୍କ ନିକଟରେ ସଚେତନତାର ଅଭାବ, ଟିକା ନେବାକୁ ଅନିଚ୍ଛା, ଟିକାର ମୂଲ୍ୟ ଆଦି ଏ କ୍ଷେତ୍ରରେ ବାଧକ ସାଜିଥିବା ରିପୋର୍ଟରେ ଦର୍ଶାଯାଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବୟସ୍କଙ୍କ ନିମନ୍ତେ ସାମୂହିକ ଟିକାକରଣକୁ ସରକାର ଗୁରୁତ୍ବ ଦେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Breaking News