ରିପୋର୍ଟ କାର୍ଡ / ପୁରୀ
ଆଜି ଅର୍ଥାତ୍ ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ ସାଆନ୍ତ ଏବଂ ଦେବୀ ସୁଭଦ୍ରା। ଆଜି ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିବେ। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ସମଗ୍ର ପୁରୀ ସହରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଆଜି ମହାପ୍ରଭୁ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଭୋର ୫ ଟାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ଦିନ ୧୨ ଟା ରୁ ୨ ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ହେବ।ସେହିପରି ୪ଟାରୁ ୫ଟା ମଧ୍ୟରେ ଦୁର୍ଲଭ ହାତୀବେଶହେବ। ସନ୍ଧ୍ୟା ୭ ଟା ରୁ ୯ ଟା ୩୦ ପର୍ଯ୍ୟନ୍ତ ସାହାଣମେଳା, ରାତି ୧୦ ଟାରେ ହାତୀବେଶ ମଇଲମ, ରାତି ୧୦ ଟା ୩୦ ପୁଷ୍ପାଞ୍ଜଳି ଏବଂ ଡୋର ଲାଗି, ରାତି ୧୧ ଟା ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି, ରାତି ୨ ଟା ୩୦ରେ ସୁନା ଚିତା ଏବଂ ରାହୁରେଖା ମଇଲମ ନୀତି ହେବ। ଭକ୍ତ ମାନେ ସିଂହଦ୍ବାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ। ପାରମାଣିକ ଟିକେଟ କରିଥିବା ଭକ୍ତମାନେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରିବେ।






More Stories
୨ରେ ଲଘୁଚାପ…..
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……