ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୪୩ତମ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ରାଜ୍ୟର ବିକାଶ ତଥା ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏକାଧିକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମୋଟ ୮ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହାକୁ ଅନୁମୋଦନ ପ୍ରଦାନ କରାଯାଇଛି।ବୈଠକ ଶେଷ ହେବା ପରେ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ରେ ପାରିତ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ସମ୍ପର୍କିତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବିଷୟରେ ସୂଚନା ଦେଇଥିଲେ। ସେହିପରି ଅବଶିଷ୍ଟ ୧୧ଟି ଅନୁମୋଦିତ ପ୍ରସ୍ତାବ ସମ୍ପର୍କରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକରେ ମୁଖ୍ୟତଃ ଭିତ୍ତିଭୂମି, ଶିକ୍ଷା, ଜଳସମ୍ପଦ ଏବଂ ପ୍ରାଣୀସମ୍ପଦ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଅନୁମୋଦିତ ହୋଇଥିବା ୧୨ଟି ପ୍ରସ୍ତାବ ମଧ୍ୟରେ ନିମ୍ନଲିଖିତ ବିଭାଗଗୁଡ଼ିକ ସାମିଲ ରହିଛି:
ଜଳସମ୍ପଦ ବିଭାଗ: ସର୍ବାଧିକ ୩ଟି
ପ୍ରସ୍ତାବମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ: ୨ଟି
ପ୍ରସ୍ତାବନିର୍ମାଣ ବିଭାଗ: ୨ଟି
ପ୍ରସ୍ତାବଉଚ୍ଚଶିକ୍ଷା ବିଭାଗ: ୧ଟି
ପ୍ରସ୍ତାବବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ: ୧ଟି
ପ୍ରସ୍ତାବଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା (IT) ବିଭାଗ: ୧ଟି
ପ୍ରସ୍ତାବଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ: ୧ଟି
ପ୍ରସ୍ତାବରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ: ୧ଟି
ପ୍ରସ୍ତାବନୂତନ ସରକାରଙ୍କ ଏହି କ୍ୟାବିନେଟ୍ ନିଷ୍ପତ୍ତିଗୁଡ଼ିକ ଆଗାମୀ ଦିନରେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।






More Stories
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..
କେଜିରୁ ପିଜି ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା!…..