Report Card Odisha

| Daily Odia News

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ସଂକଳ୍ପ ସାକାର ଲକ୍ଷ୍ୟ ରଖାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁବାର ରାତିରେ ସାକ୍ଷାତ କରି ଆଜି ଓଡ଼ିଶା ଫେରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ରାଜ୍ୟରେ ଚର୍ଚ୍ଚା ହେବା ସହିତ ଦିଲ୍ଲୀରେ ଘନ ଘନ ବୈଠକ ବସୁଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚାକୁ ଦ୍ବିଗୁଣିତ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ କୌଣସି ଘୋଷଣା କରିନାହାନ୍ତି ।

Breaking News