ରିପୋର୍ଟ କାର୍ଡ / କଟକ
ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୨ ଜଣ ସଜାପ୍ରାପ୍ତ କଏଦୀ ଥିବାବେଳେ ଅନ୍ୟ ୩ ଜଣ ବିଚାରାଧୀନ କଏଦୀ ବୋଲି କାରାଗାର ଅଧୀକ୍ଷକ ସୁଜିତ ରାଉଳ ସୂଚନା ଦେଇଛନ୍ତି।ଜେଲ୍ ଅଧୀକ୍ଷକଙ୍କ କହିବା ଅନୁଯାୟୀ, ଆକ୍ରାନ୍ତ କଏଦୀମାନଙ୍କୁ ଜେଲ୍ର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ନିୟମିତ ଚିକିତ୍ସା ଯୋଗାଇ ଦିଆଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଜଣେ ଡାକ୍ତର ଓ ଦୁଇଜଣ ଫାର୍ମାସିଷ୍ଟ ନିରନ୍ତର ନଜର ରଖୁଛନ୍ତି।ଅଧିକ ଚିକିତ୍ସା ଓ ପରାମର୍ଶ ପାଇଁ ସେମାନଙ୍କୁ କଟକ ବଡ଼ ମେଡିକାଲର ଏଆରଟି (ART) ସେଣ୍ଟରକୁ ମାସକୁ ଥରେ କିମ୍ବା ଦୁଇଥର ପଠାଯାଉଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ଯାଞ୍ଚ କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଶ୍ରୀ ରାଉଳ ଆହୁରି କହିଛନ୍ତି, ବିଭିନ୍ନ ମାମଲାରେ ଗିରଫ ହୋଇ କାରାଗାରକୁ ଆସୁଥିବା ସମସ୍ତ ଅଭିଯୁକ୍ତ ଓ କଏଦୀଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ। କୌଣସି ସଂକ୍ରାମକ କିମ୍ବା ଅନ୍ୟ ଗୁରୁତର ରୋଗ ଚିହ୍ନଟ ହେଲେ, ସେହି ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଏବଂ ଆବଶ୍ୟକ ନିରୀକ୍ଷଣରେ ରଖାଯାଇଥାଏ।






More Stories
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..
ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ…..