ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛି ଜେଡିୟୁ। ଆରଜେଡି ପରେ ଜେଡିୟୁର ଏହି ଦାବିକୁ ନେଇ ରାଜନୀତି ସରଗରମ ହୋଇଛି। ଜେଡିୟୁ ବିଧାୟକ ପଙ୍କଜ ମିଶ୍ର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ ଏବଂ ବିହାରର ଜନସାଧାରଣ ମଧ୍ୟ ଏହାହିଁ ଚାହୁଁଛନ୍ତି। ନୀତୀଶ ପ୍ରାୟ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ ତା’ ପୂର୍ବରୁ କେନ୍ଦ୍ରରେ ମଧ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି, ତାଙ୍କ ନିକଟରେ ବିପୁଳ ଅଭିଜ୍ଞତା ଥିବାରୁ କେନ୍ଦ୍ର ସରକାର ଏହାର ଲାଭ ଉଠାଇବା ଆବଶ୍ୟକ। ସେ ଆହୁରି କହିଛନ୍ତି ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ହେଉଛି। ନୀତୀଶ କୁମାର ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ରହିସାରିଛନ୍ତି, ତେଣୁ ତାଙ୍କୁ ଉପ-ପ୍ରଧାନମନ୍ତ୍ରୀ ପଦ ମିଳିଲେ ତାହା ହିଁ ତାଙ୍କ ପାଇଁ ପ୍ରକୃତ ସମ୍ମାନ ହେବ।’ସୂଚନାଥାଉ କି ପୂର୍ବରୁ ଆରଜେଡିର ବରିଷ୍ଠ ନେତା ମୁକେଶ ରୋଶନ ମଧ୍ୟ ନୀତୀଶ କୁମାରଙ୍କୁ ଉପ ପ୍ରଧାନମନ୍ତ୍ରୀ କରାଯିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ନୀତୀଶ କୁମାରଙ୍କୁ କୃଷି ଓ ରେଳବାଇ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିବା ସହ ଉପ-ପ୍ରଧାନମନ୍ତ୍ରୀ କରାଯାଉ, ଯାହା ବିହାର ପାଇଁ ଗର୍ବର ବିଷୟ ହେବ। ନୀତୀଶ କୁମାର ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ଅଛନ୍ତି ଏବଂ ଜେଡିୟୁର ନେତୃତ୍ବ ତାଙ୍କ ହାତରେ ରହିଛି। ଗତ ଏପ୍ରିଲରେ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ। ନୀତୀଶଙ୍କୁ ଉପପ୍ରଧାନମନ୍ତ୍ରୀ କରାଯିବା ନେଇ ହୋଇଥିବା ବିଜେପି ନେତା ତଥା ବିହାର ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀ କହିଛନ୍ତି ଯେ ନୀତୀଶଙ୍କ ନିକଟରେ ବିପୁଳ ଅଭିଜ୍ଞତା ରହିଛି ତେବେ ତାଙ୍କୁ କେନ୍ଦ୍ର ସରକାରରେ ସାମିଲ କରାଯିବ କି ନାହିଁ ସେ ନେଇ ଶୀର୍ଷ ନେତୃତବର୍ଗ ନିଷ୍ପତ୍ତି ନେବେ।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..