Report Card Odisha

| Daily Odia News

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା ଅନ୍ୟକେଉଁ କାରଣ ଏହା ପଛରେ ରହିଛି ତାକୁ ନେଇ ଚାଲିଛି ବିଭିନ୍ନ ଆଲୋଚନା। ଏହାରି ଭିତରେ କିନ୍ତୁ ଡିଜିପି ଓ୍ବାଇ.ବି ଖୁରାନିଆ ପ୍ରଥମ ଥର ଏହି ଘଟଣାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,ସର୍ବଭାରତୀୟ ଚାକିରିରେ କେହି ରହିବାକୁ ନ ଚାହିଁଲେ ସେ ଇସ୍ତଫା ଦେଇପାରିବେ। ପୂର୍ବରୁ ଅନେକ ଲୋକ ଚାକିରିରୁ ଇସ୍ତଫାଫତ୍ର ଦେଇଛନ୍ତି। ମାନସିକ ଚାପ କିମ୍ବା ଅନ୍ୟ କୌଣସି କାରଣ ନେଇ ତାଙ୍କ ନିକଟରେ ତଥ୍ୟ ନାହିଁ। ତେବେ ମୀନା ବାରମ୍ବାର ତାଙ୍କ ନିକଟକୁ ଆସି ଇସ୍ତଫା ପତ୍ର ଗ୍ରହଣ କରିବାକୁ ନିବେଦନ କରିଥିଲେ ବୋଲି ଡିଜିପି କହିଛନ୍ତି। ଅନ୍ୟପଟରେ ଡିସିପି ଜଗମୋହନଙ୍କ ଉପରେ ମାନସିକ ଚାପଥିବା ଚର୍ଚ୍ଚା ହେଉଛି।

Breaking News