ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଭାଜପାରେ ମିଶିଛନ୍ତି। ପ୍ରଭାତ ଦଳରେ ସାମିଲ ହେବା ପରେ ବିଜେଡିକୁ କଡା କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକେ ଆଉ ବିଜେଡିକୁ ଚାଁହୁ ନାହାନ୍ତି । ଆମ ସରକାର ଲୋକଙ୍କ ସରକାର ହୋଇ କାମ କରୁଛି । କଥା ଦେଇ କଥା ରଖିବା ସହ କଥା ଦେଇ କଥା ରଖିଥିବା ସରକାର ପାଖକୁ ଆସିଛନ୍ତି ପ୍ରଭାତ ବାବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଭାତ ବାବୁ ବିଜେପିରେ ମିଶିବା ବିଜେଡିରେ ଭୁକମ୍ପ ସୃଷ୍ଟି କରିଛି । ୬ ଦିନ ହେଲା ବିଜେଡି ନେତା କଟକରେ ଡେରା ପକାଇଛନ୍ତି, କେହି ଯେମିତି ନ ଯିବେ ଚେଷ୍ଟା କରୁଛନ୍ତି । ଯେତେ ବନ୍ଧ ବାନ୍ଧିଲେ ବି କାଠଯୋଡି ଦେଇ ପାଣି ବିଜେପି କାର୍ଯ୍ୟାଳୟରେ ମିଶିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।ବିଜେପିରେ ଯୋଗ ଦେବା ଅବସରରେ ପ୍ରଭାତ ବିଶ୍ବାଳ କହିଛନ୍ତି ଯେ ୨୪ ବର୍ଷ ବହୁ ପରିଶ୍ରମ କରିଛି । ଦଳ ପାଇଁ ନିଷ୍ଠା ଦେଖାଇଛି । ୩୦ ବର୍ଷ ହେଲା ଜନ ସେବା କରୁଛି । ମୁଁ ଭାବିଥିଲି ସୁନାକୁ ଚିନ୍ହିବେ କିନ୍ତୁ ମୋ ଆକଳନ ଭୁଲ ହେଲା । ବଣିଆ ହୋଇ ସୁନା ଚିହିଁଲେ ନାହିଁ ।ଖାଣ୍ଟି ସୁନାକୁ ଚିହ୍ନିଲା ନାହିଁ କିନ୍ତୁ ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା ।କଟକର କିଛି ବିଜେଡି ନେଥା ଗତ ୭ ଦିନ ଧରି ଡେରା ପକାଇଛନ୍ତି। କର୍ପରେଟରମାନଙ୍କୁ ଅଟକାଇ ରଖିଛନ୍ତି । ଏହା ସତ୍ତେ୍ବ ଶେଷରେ ସତ୍ୟର ଜୟ ହୋଇଛି। ବହୁ ଲୋକଙ୍କ ଜାତକ ମୋ ପାଖେ ଅଛି ବୋଲି କହିଲେ ପ୍ରଭାତ । ୧୨ ବର୍ଷ ଜଣକ ଦାୟିତ୍ଵରେ ପ୍ରଚ୍ଛଦ ପଟରେ କାମ କରିଥିଲି ଏବଂ ଅନ୍ୟ ୧୨ ବର୍ଷ ଆଉ ଜଣଙ୍କ ନେତୃତ୍ବରେ ରହିଲା । ମୋଠୁ ସହଯୋଗ ବି ନେଉଥିଲେ ବୋଲି ପ୍ରଭାତ କହିଛନ୍ତି।ଗୁଣ୍ଡୁଚି ମୂଷା ଭଳି ବିଜେପି କାମ କରିବି ।ବିଶାଳ ସଂଗଠନରେ ମୁଁ ସାଧାରଣ କର୍ମୀ ବୋଲି ପ୍ରଭାତ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଚାରାଧାର ଏକ ଆଦର୍ଶ । ଓଡିଶା ଓ ପଶ୍ଚିମ ବଙ୍ଗ ନିର୍ବାଚନ ତାହାର ଉଦାହରଣ । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ବହୁ ପୂର୍ବରୁ ଜାଣିଛି । ବିଧାନସଭାରେ ଭେଟ ହୁଏ , କଟକ ଆସନ୍ତି । କେନ୍ଦୁଝର ଗଲେ ମତେ ଖୁବ୍ ଆତିଥ୍ୟ ଦିଅନ୍ତି। ମୋହନ ମାଝି ଲୋକଙ୍କ ସରକାର । ଜଣେ ଭଲ ମଣିଷ, ଦରଦୀ ଲୋକ । ଆମକୁ ତାଙ୍କ ସାଙ୍ଗରେ ସାମିଲ କରିଛନ୍ତି । ରାଜ୍ୟ ସଭାପତି ମତେ ବ୍ୟକ୍ତିଗତ ଭାବେ ବହୁ ଭଲ ପାଆନ୍ତି । ରାଜ୍ୟ ସଭାପତି ପରିଶ୍ରମର ଚିନ୍ତାଧାରା। କଟକ ଜିଲାରେ ସମସ୍ତ ନେତୃତ୍ବଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି।






More Stories
ନିଶାମୁକ୍ତ ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ…..
ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ…..
ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…..