ରିପୋର୍ଟ କାର୍ଡ / ପୁରୀ
ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉମାନେ। ମଙ୍ଗଳବାର ତିନି ରଥକୁ ଦକ୍ଷିଣ ମୋଡ ପାଇଁ ଆଜ୍ଞାମାଳ ବିଜେ ହୋଇଛି। ପୂଜାପଣ୍ଡା ସାମନ୍ତ ଆଣି ବିଜେ କଲେ ଆଜ୍ଞାମାଳ। କିଛି ସମୟ ପରେ ଦକ୍ଷିଣମୁଖା ହେବେ ତିନି ରଥ। ଗତକାଲି ହେରାପଞ୍ଚମୀ ନୀତି ପାଳିତ ହୋଇଛି। ଆଜି ଠାରୁ ବାହୁଡା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ରଥର ଦକ୍ଷିଣ ମୋଡ ହେଉଛି ବାହୁଡାଯାତ୍ରାର ଏକ ପ୍ରମୁଖ ନୀତି। ତିନି ରଥକୁ ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାର ସାମ୍ନାରେ ରଖାଯାଏ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..