ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୬ ନେଦରଲାଣ୍ଡ୍ସ ଓ ବେଲଜିୟମରେ ଆସନ୍ତା ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ୨୦ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଅଭିଜ୍ଞ ଡିଫେଣ୍ଡର ହରମନପ୍ରୀତ ସିଂହ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦଳରେ ଦୁଇ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଓ ଫରୱାର୍ଡ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଦଳରେ ଦୁଇଜଣ ଗୋଲରକ୍ଷକ ମୋହିତ ଏଚ୍ ଏସ୍ ଓ ସୂରଜ କେରକେରାଙ୍କୁ ସାମିଲ କରାଯାଇଛି। ଏହାଛଡ଼ା ରକ୍ଷଣାଭାଗରେ ଜର୍ମାନପ୍ରୀତ ସିଂହ,ହରମନପ୍ରୀତ ସିଂହ, ଅମିତ ରୋହିଦାସ, ଯୁଗରାଜ ସିଂହ,ସଞ୍ଜୟ, ସୁମିତ,ୟଶଦୀପ୍ ସିଂହ ଦାୟିତ୍ବ ତୁଲାଇବେ। ମିଡ୍ଫିଲଡର ଭାବେ ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ହାର୍ଦିକ ସିଂହ,ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ ଓ ଫରୱାର୍ଡରେ ଦିଲପ୍ରୀତ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ମନଦୀପ ୍ସିଂହ, ଅଭିଷେକ ସ୍ଥାନ ପାଇଛନ୍ତି। ଦଳରେ ଉଭୟ ଅଭିଜ୍ଞ ଓ ଜୁନିୟର ଖେଳାଳିଙ୍କୁ ସୁଯୋଗ ମିଳିଛି। ବିଶ୍ବକପ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ କହିଛନ୍ତି। ଭାରତ ଗ୍ରୁପ-ଡି ରେ ଇଂଲଣ୍ଡ, ପାକିସ୍ତାନ, ୱେଲ୍ସ ସହ ସ୍ଥାନ ପାଇଛି। ଭାରତ ୧୫ରେ ୱେଲ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବାବେଳେ ୧୭ରେ ଇଂଲଣ୍ଡ ଓ ୧୯ରେ ପାକିସ୍ତାନ ମ୍ୟାଚ ଖେଳିବ। ଭାରତୀୟ ପୁରୁଷ ହକି ଦଳ ; ମୋହିତ ଏଚ୍ ଏସ୍, ସୂରଜ କେରକେରା (ଉଭୟେ ଗୋଲରକ୍ଷକ),ଜର୍ମାନପ୍ରୀତ ସିଂହ, ହରମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂହ, ସଞ୍ଜୟ, ସୁମିତ, ୟଶଦୀପ୍ ସିଂହ (ସମସ୍ତେ ଡିଫେଣ୍ଡର), ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ହାର୍ଦିକ ସିଂହ, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ (ସମସ୍ତେ ମିଡ୍ଫିଲଡର), ଦିଲପ୍ରୀତ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ମନଦୀପ ୍ସିଂହ, ଅଭିଷେକ (ସମସ୍ତେ ଫରୱାର୍ଡ)।






More Stories
ଓଡ଼ିଶାରେ ହେବ ଏସୀୟ ଇନ୍ଡୋର ଆଥଲେଟିକ୍ସ…..
୨୪ ରେ ବାରବାଟୀ ଟି-୨୦……
ହାର୍ଦ୍ଦିକଙ୍କ ନାଁରେ ମାମଲା…..