Report Card Odisha

| Daily Odia News

ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାର ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି କ୍ୟାପିଟାଲ୍ ଥାନା ପୋଲିସ। ପୂର୍ବତନ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।ନୋଟିସ୍ ଅନୁଯାୟୀ, ଭି.କେ. ପାଣ୍ଡିଆନଙ୍କୁ ଜୁଲାଇ ୨୫ ତାରିଖ ସକାଳ ୧୧ଟାରେ ଏସିପି, ଜୋନ୍–୧ଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।ଏହାପୂର୍ବରୁ କ୍ୟାପିଟାଲ୍ ଥାନା ପକ୍ଷରୁ ଦୁଇଜଣ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ପୋଲିସ ସମ୍ମୁଖରେ ହାଜର ହୋଇଥିବା ବେଳେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ନିର୍ଦ୍ଧାରିତ ସମୟରେ ହାଜର ହୋଇନଥିବା ଜଣାପଡ଼ିଛି। ତାଙ୍କୁ ଆଜି ସକାଳ ୧୧ଟା ସୁଦ୍ଧା ଉପସ୍ଥିତ ହେବାକୁ ନୋଟିସ୍ ଦିଆଯାଇଥିଲା। ସୂଚନା ଅନୁସାରେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ଏବଂ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କମିଶନଙ୍କ ରିପୋର୍ଟ ବର୍ତ୍ତମାନ ମିଳୁନଥିବାରୁ ଏହି ମାମଲାରେ ଥାନାରେ ଏତଲା ଦାଖଲ କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହି ଫାଇଲଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାୟବ ହୋଇଥିବା ଅଭିଯୋଗ ଉଠିଛି।

Breaking News