ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛାତ୍ରମାନଙ୍କ ଦାବିକୁ ସମର୍ଥନ କରି ଗତ ୨୫ ଦିନ ଧରି ଅନଶନରେ ବସିଥିବା ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୩୦ଟାରେ ଦିଲ୍ଲୀ ପୋଲିସ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତକୁ ସ୍ଥାନାନ୍ତର କରିଥିଲା। ବର୍ତ୍ତମାନ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି।ବୁଧବାର ସନ୍ଧ୍ୟାରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ସମେତ ପ୍ରାୟ ୧୫ ଜଣ ବିରୋଧୀ ସାଂସଦ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ପୋଲିସ ସେମାନଙ୍କୁ ହସ୍ପିଟାଲ ଗେଟ୍ରେ ଅଟକାଇ ଦେଇଥିଲା। ଏହାକୁ ନେଇ ସଞ୍ଜୟ ସିଂହ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସମସ୍ତ ବିରୋଧୀ ସାଂସଦ ହସ୍ପିଟାଲ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ।





More Stories
ସଂସଦର ଉଭୟ ଗୃହ ୧୨ ଟା ଯାଏଁ ମଲତବୀ…..
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…..
CJPଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…..