Report Card Odisha

| Daily Odia News

ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିରିଆର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସଦ ଓ ତାଙ୍କ ସାନ ଭାଇ ମାହେର ଅଲ-ଅସଦଙ୍କୁ ସ୍ଥାନୀୟ କୋର୍ଟ ମୃତ୍ୟୁ ଦଣ୍ଡଦେଶ ଦେଇଛନ୍ତି। ଗୃହଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା ଓ ସେମାନଙ୍କ ଉପରେ ଅତ୍ୟାଚାର ପାଇଁ ଉଭୟେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ବସରଙ୍କ ସମ୍ପର୍କୀୟ ଭାଇ ଆତିଫ ନଜିବଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୨୦୨୪ ଡିସେମ୍ବରରେ ସରକାର ଭାଙ୍ଗିବା ପରେ ବସର ଓ ମାହେର ରୁଷ୍ ପଳାଇ ଥିଲେ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଶାସନ ଉଭୟଙ୍କୁ ଶରଣ ଦେଇଛି। ସେମାନଙ୍କ ଅନୁପସ୍ଥିତିରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ୨୦୨୫ ଜାନୁଆରୀରେ ଆତିଫ ନଜିବଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କଏଦୀ ପୋଷାକ ପିନ୍ଧାଇ ପିଞ୍ଜରାରେ କୋର୍ଟକୁ ଅଣାଯାଇଥିଲା। ସେ ସିରିଆ ସେନାର ପୂର୍ବତନ ବ୍ରିଗେଡିୟର ଜେନେରାଲ ଓ ଦାରା ପ୍ରଦେଶର ରାଜନୈତିକ ସୁରକ୍ଷା ଶାଖାର ମୁଖ୍ୟ ଥିଲେ। ବିକ୍ଷୋଭକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦେଶ ଦେବାରୁ ଗୃହଯୁଦ୍ଧ ହୋଇଥିଲା।

Breaking News