Report Card Odisha

| Daily Odia News

ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଜୋରଦାର କରାଯାଇଛି। ଅଗଷ୍ଟ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ମୋଟ ୧୦,୯୮୮ଟି ଇ-ଚାଲାଣ କଟାଯାଇଥିବା ବେଳେ ୨୮ଟି ଗାଡ଼ି ଜବତ କରାଯାଇଛି।ଏହି ଯାଞ୍ଚରେ ବିନା ହେଲମେଟ୍‌ରେ ଦୁଇଚକିଆ ଯାନ ଚଳାଇବା ଘଟଣା ଅଧିକ ରହିଛି। ବିନା ହେଲମେଟ୍‌ ପାଇଁ ୫,୪୦୨ଟି ଇ-ଚାଲାଣ କଟାଯାଇଥିବା ବେଳେ ଦ୍ରୁତଗତିରେ ଗାଡ଼ି ଚଳାଇବା ପାଇଁ ୧,୫୫୩ଟି ଚାଲାଣ କରାଯାଇଛି।ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବା, ନିର୍ଦ୍ଧାରିତ ବେଗ ସୀମା ମାନିବା ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି।

Breaking News