ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ସେ ହୃଦରୋଗ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ତଦାରଖରେ ଅଛନ୍ତି। ହସ୍ପିଟାଲ ଦ୍ୱାରା ପ୍ରକାଶିତ ଏକ ଅପଡେଟ୍ ଅନୁଯାୟୀ, ଅଗଷ୍ଟ ୧୩ ତାରିଖ ସନ୍ଧ୍ୟାରେ ମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରୁଥିବା କହିଥିଲେ, ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ କରୋନାରୀ ଆଞ୍ଜିଓଗ୍ରାଫି ସମେତ ଅନେକ ପରୀକ୍ଷା କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମର୍ଥକ ଏବଂ ରାଜନୈତିକ ମହଲରେ ଚିନ୍ତା ରହିଛିା ନୂଆଦିଲ୍ଲୀର ଏମ୍ସ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା ଗତକାଲି ଛାତିରେ କଷ୍ଟ ଅନୁଭବ କରିଥିଲେ ଏବଂ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନେ ତୁରନ୍ତ ତାଙ୍କର ଡାକ୍ତରୀ ଯାଞ୍ଚ କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରିଥିଲେ। କରୋନାରୀ ଆଞ୍ଜିଓଗ୍ରାଫି ମଧ୍ୟ କରାଯାଇଥିଲା। ଆଜି ସକାଳେ, ତାଙ୍କ ଅବସ୍ଥା ସ୍ଥିର ଅଛି, ଏବଂ ସେ ହୃଦରୋଗ ବିଭାଗର ଡାକ୍ତରଙ୍କ ତଦାରଖରେ ଅଛନ୍ତି।






More Stories
BCIକୁ CJIଙ୍କ ପରାମର୍ଶ…..
ଯନ୍ତ୍ରଣା ଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି…..
ଚମୋଲି ଟନେଲ ଟ୍ରାଜେଡି : ୭ ଶ୍ରମିକ ମୃତ,୧୪ ଆହତ…..