ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସ୍ତରୀୟ ପରେଡ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରେଡ୍ ସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ୨୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଭୁବନେଶ୍ୱର ଡିସିପିଙ୍କ ସମେତ ୬ ଜଣ ADCP ଓ ୮ ଜଣ ACPଙ୍କୁ ନିୟୋଜିତ କରାଯାଇଛି। ଏଥିସହ ୩୦ ଜଣ ଇନ୍ସପେକ୍ଟର ଓ ୧୦୨ ଜଣ ସବ୍ଇନ୍ସପେକ୍ଟର ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।ପରେଡ୍ ସମୟରେ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ୮୫ ଜଣ ମହିଳା କନଷ୍ଟେବଲ ଏବଂ ୩୩ ଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି। ସମଗ୍ର ଅଞ୍ଚଳ ଉପରେ ପୋଲିସ୍ ପକ୍ଷରୁ କଡ଼ା ନଜର ରଖାଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..