ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଧୁ ବାବୁ ପେନ୍ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନଗୁଡ଼ିକର ଯାଞ୍ଚ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବେଦନଗୁଡ଼ିକର ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି। ସୂଚନା ଅନୁଯାୟୀ, ମଧୁ ବାବୁ ପେନ୍ସନ୍ ଯୋଜନାରେ ଏଯାବତ୍ ୬୩ ହଜାର ୮୪୮ଟି ଆବେଦନ ପଡ଼ି ରହିଛି। ଏହି ଆବେଦନଗୁଡ଼ିକୁ ମିଶନ ମୋଡ୍ରେ ଯାଞ୍ଚ କରି ଶୀଘ୍ର ପଦକ୍ଷେପ ନେବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୮ ତାରିଖ ସୁଦ୍ଧା ସମସ୍ତ ପଡ଼ି ରହିଥିବା ଆବେଦନର ଯାଞ୍ଚ ଶେଷ କରିବାକୁ ଚିଠିରେ ସ୍ପଷ୍ଟ କରାଯାଇଛି। ଯୋଗ୍ୟ ହିତାଧିକାରୀମାନେ ଯେପରି ପେନ୍ସନ୍ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି।






More Stories
ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର…..
ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଆଇଏମଡି ଡିଜି…..
ପୁଣି ଆସୁଛି ବାତ୍ୟା!……