Report Card Odisha

| Daily Odia News

ଡିଜି ବିନୟତୋଷଙ୍କ ରଣନୀତି…..

ରିପୋର୍ଟ କାର୍ଡ / କଟକ

ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ନେବା ପରେ ବିନୟତୋଷ ମିଶ୍ର ରାଜ୍ୟ ପୋଲିସର ଆଗାମୀ କାର୍ଯ୍ୟକ୍ରମ ନେଇ ନିଜ ପ୍ରାଥମିକତା ସ୍ପଷ୍ଟ କରିଛନ୍ତି। ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ ବିଗ୍ରହମାନଙ୍କ ଦର୍ଶନ କରିଥିଲେ। ରାଜ୍ୟରେ ନାରୀ ସୁରକ୍ଷା,ନିଶାମୁକ୍ତ ଓଡ଼ିଶା ଗଠନ,ସଂଗଠିତ ଅପରାଧ ଦମନ ଏବଂ ସାଇବର ଅପରାଧ ନିୟନ୍ତ୍ରଣ।ଏହି ୪ଟି ପ୍ରମୁଖ ବିନ୍ଦୁ ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଅନ୍ତରୀଣ ଡିଜି ଶ୍ରୀମିଶ୍ର କହିଛନ୍ତି,ନାରୀଙ୍କ ସୁରକ୍ଷାକୁ ପୋଲିସର ପ୍ରମୁଖ ପ୍ରାଥମିକତା ମଧ୍ୟରେ ରଖାଯିବ। ମହିଳାମାନେ ଯେପରି ନିରାପଦ ପରିବେଶରେ ରହିପାରିବେ, ସେଥିପାଇଁ ପୋଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଏଥିସହ ରାଜ୍ୟରୁ ନକ୍ସଲ ସମସ୍ୟା ପ୍ରାୟ ଦୂର ହୋଇସାରିଛି ବୋଲି ବିନୟତୋଷ ମିଶ୍ର କହିଛନ୍ତି। ତେବେ ଆଗକୁ ଯେପରି କୌଣସି ବ୍ୟକ୍ତି ନକ୍ସଲ ସଂଗଠନ ସହ ଯୋଡ଼ି ନହୁଅନ୍ତି, ସେଥିପ୍ରତି ମଧ୍ୟ ପୋଲିସ ସତର୍କ ରହିବ ବୋଲି ସେ ସୂଚନା ଦେଇଛନ୍ତି।ଶେଷରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଲୋକସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଅନ୍ତରୀଣ ଡିଜି ଆହ୍ୱାନ କରିଛନ୍ତି।

Breaking News