Report Card Odisha

| Daily Odia News

ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ।ଘଟଣା ସମ୍ପର୍କିତ ପ୍ରାୟ ୪୦୦ଟି ଅଟୋ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର। ଜବତ ଗାଡ଼ିଗୁଡ଼ିକର ପରମିଟ ରଦ୍ଦ ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ, ଗାଡ଼ିର ଫିଟନେସ୍‌, ବୀମା କିମ୍ବା ଟିକସ ଭରାଯାଇନଥିଲେ ନିୟମ ଅନୁଯାୟୀ ଚାଲାଣ କଟାଯିବ। ଏହାସହ ଜବତ ଗାଡ଼ି ସମ୍ପର୍କରେ ଚାଳକ ଓ ମାଲିକଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇଛି। ଆସନ୍ତା ୨୪ ଓ ୨୬ ତାରିଖ ସୁଦ୍ଧା ସମ୍ପୃକ୍ତ ଅଟୋ ମାଲିକମାନଙ୍କୁ ଜବାବ ଦାଖଲ କରିବାକୁ ପଡ଼ିବ।ମାଲିକମାନେ ଯଦି ସନ୍ତୋଷଜନକ ଉତ୍ତର ନଦିଅନ୍ତି, ତେବେ ସମ୍ପୃକ୍ତ ଗାଡ଼ିର ପରମିଟ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Breaking News