ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୌଣସି ଗାଡ଼ିର ବୈଧ ବୀମା ନ ଥିଲେ, ପେଟ୍ରୋଲ ପମ୍ପ୍ରେ ଉକ୍ତ ଗାଡ଼ିକୁ ତେଲ ବିକ୍ରି ନ କରିବା ପାଇଁ ଏକ ଯୋଜନା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ଗତ ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ବୁଧବାର ପୁନର୍ବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ତୃତୀୟ ପକ୍ଷ (ଥାର୍ଡ ପାର୍ଟି) ବୀମା ନ ଥାଇ ବହୁସଂଖ୍ୟାରେ ଗାଡ଼ି ରାସ୍ତାରେ ଚାଲୁଥିବା ପସଙ୍ଗକୁ ସର୍ବୋଚ୍ଚ ଅଦାଲତ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ବିନା ବୈଧ ବୀମାରେ ପେଟ୍ରୋଲ ପମ୍ପରେ ତେଲ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଉକ୍ତ ମାମଲା ପୁଣିଥରେ ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଆସିଥିଲା। ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ଉପରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳର କିଛି ଆଶଙ୍କା ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଦର୍ଶାଇଥିଲେ। ଏଥିପାଇଁ ତେଲ ବିପଣନ କମ୍ପାନୀଗୁଡ଼ିକୁ ଡିଲାରମାନଙ୍କ ସହ ବସି ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆଇନଜୀବୀ କହିଥିଲେ। ତେବେ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ହେବ ଏବଂ ଦିଲ୍ଲୀରୁ ଏହା ଆରମ୍ଭ ହୋଇପାରେ ବୋଲି ଖଣ୍ଡପୀଠ କହିଛନ୍ତି।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..
ସରକାର ନେଲେ ବଡ଼ ପଦକ୍ଷେପ; ସେପ୍ଟେମ୍ବର ୧ରୁ…..