Report Card Odisha

| Daily Odia News

ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସୂଚନା ମୁତାବକ, ୩୭୮ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି ଚିଫ ୱାଡର୍ର୍‌, ୱାଡର୍ର୍‌ ଓ ମହିଳା ୱାର୍ଡରଙ୍କ ପୋଷାକ ଭତ୍ତା ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୨୫୦୦ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଚଳିତ ଆର୍ଥିକ ବର୍ଷରୁ ଏହି ନୂଆପୋଷାକ ଭତ୍ତା ଲାଗୁ କରାଯିବ।

Breaking News