ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ବାସଭବନରେ ଶୁକ୍ରବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୫୮ରେ ‘ମା’ ଚଳଚ୍ଚିତ୍ରରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଭଜନ, ଓଡ଼ିଶୀ, ପଲ୍ଲୀଗୀତ ଏବଂ ଗଜଲ ଗାଇ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ଓଡ଼ିଆ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ (୨୦୧୬) ସମେତ ସେ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ।ସେ ୧୯୩୮ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଲାଲମୋହନ ପଟ୍ଟନାୟକ ଜଣେ ସ୍ବାଧୀନତା ସଂଗ୍ରାମୀ, ସାହିତି୍ୟକ ଓ ରାଜନେତା ଥିଲେ, ଯିଏକି ସ୍ବାଧୀନତା ପୂର୍ବର ଓଡ଼ିଶା ବିଧାନସଭାର ଜଣେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ।






More Stories
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ଆଜିଠୁ ସପ୍ତାହେ ବର୍ଷୀବ…..