Report Card Odisha

| Daily Odia News

ଆମେରିକାରେ ଭାରତୀୟଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ ଦୁଇ ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଛି। ଏଥିରୁ ଜଣେ ଭାରତୀୟ ହୋଇଥିବାବେଳେ ଆଉ ଜଣେ ଭାରତ ଜନ୍ମିତ ଆମେରିକୀୟ। ମୃତ ଭାରତୀୟ ଜଣଙ୍କ ହେଲେ ପଞ୍ଜାବ କପୁରତାଲାର ଗୁରଦୀପ ସିଂହ (୨୮)। ରିପୋର୍ଟ ଅନୁଯାୟୀ ଗୁରଦୀପ ନ୍ୟୁୟର୍କର ରିଚମଣ୍ଡ ଷ୍ଟ୍ରିଟ୍ ଅଞ୍ଚଳକୁ ପିଜା ଡେଲିଭରି କରିବାକୁ ଯାଇଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁରଦୀପ ୧୩ବର୍ଷ ହେଲା ପରିବାର ସହିତ ଆମେରିକାରେ ରହିଆସୁଥିଲେ। ନିଜେ ଓ ପରିବାର ଲୋକଙ୍କୁ ଖୁସିରେ ରଖିବା ଲାଗି ଅତିରିକ୍ତ ରୋଜଗାର ଉଦେଶ୍ୟରେ ପିଜା ଡେଲିଭରି କାମ କରୁଥିଲେ। ଗୁରଦୀପଙ୍କ ମୃତଦେହ ସ୍ବଦେଶ ଆଣିବା ଲାଗି ତାଙ୍କ ପରିବାର ପଞ୍ଜାବ ଓ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।ସେହିପରି ଆମେରିକାର ମିଶିସିପି ପ୍ରଦେଶର ଜାକସନ ସହରରେ ଜଣେ ଗୁଜରାଟ ଜନ୍ମିତ ଭାରତୀୟ ବ୍ୟବସାୟୀଙ୍କୁ ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି। ହତ୍ୟାର ଶିକାର ବ୍ୟବସାୟୀ ହେଲେ ସୁରେଶ ପଟେଲ (୬୨)। ସୁରେଶ ଦୀର୍ଘ ୩୨ବର୍ଷ ହେଲା ଆ‌େମରିକାରେ ରହିଆସୁଥିଲେ। ଗତ ଗୁରୁବାର ରାତିରେ ସୁରେଶ ତାଙ୍କ ଦୋକାନରେ ବସିଥିବାବେଳେ ଦୁର୍ବୃତ୍ତ ଜଣଙ୍କ ଲୁଟ୍ ଉଦ୍ଦେଶ୍ୟରେ ଆସି ତାଙ୍କୁ ଗୁଳି କରିଥିଲେ। ହତ୍ୟାକାଣ୍ଡ ସମୟରେ ଦୋକାନରେ ସୁରେଶଙ୍କ ଝିଅ ଉପସ୍ଥିତ ଥିଲେ।

Breaking News