Report Card Odisha

| Daily Odia News

ଶ୍ରୀମନ୍ଦିର ଦର୍ଶନରେ ବଡ଼ ପରିବର୍ତ୍ତନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶ୍ରୀମନ୍ଦିରରେ ଭକ୍ତଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।ପ୍ରସ୍ତାବିତ ବ୍ୟବସ୍ଥାରେ ଭକ୍ତଙ୍କ ଦର୍ଶନକୁ ଅଧିକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୫ଟି ରାମ୍ପ୍‌ର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ରାମ୍ପ୍‌ରେ ଏକାସାଙ୍ଗରେ ପ୍ରାୟ ୫୦ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରତି ଘଣ୍ଟାରେ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏହା ଫଳରେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ଦର୍ଶନ ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ଆଶା କରାଯାଉଛି।ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥାର ପାଇଲଟ୍‌ ମଡେଲ୍‌ ୮ରୁ ୧୦ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ପାଇଲଟ୍‌ ମଡେଲ୍‌ର ସଫଳତା ଓ ଭକ୍ତଙ୍କ ପ୍ରତିକ୍ରିୟାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା ଦେଇ ଏହି ବ୍ୟବସ୍ଥା ଲାଗୁ କରାଯିବା ନେଇ ଜଣାପଡିଛି। ତେବେ ଆସନ୍ତା କିଛି ମାସ ମଧ୍ୟରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।

Breaking News